ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଜେପି ନେତା ଆହତ, ହସ୍ପିଟାଲରେ ଭର୍ତ୍ତି

କୋଲକାତା,ଏଜେନ୍ସି: ଦୁର୍ବୃତ୍ତଙ୍କ ଆକ୍ରମଣରେ ପଶ୍ଚିମବଙ୍ଗର ବିଜେପି ନେତା ଶିବାଜୀ ସିଂଘା ରଏ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶିବାଜୀଙ୍କ ବ୍ୟତୀତ ଦଳର ଅନ୍ୟ ନେତା ଶୁଭେନ୍ଦୁ ଅଧିକାରୀ ଓ ଶାଙ୍କୁଦେବ ପଣ୍ଡା ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଏହି ଆକ୍ରମଣ ପାଇଁ ତୃଣମୂଳ କଂଗ୍ରେସର ନେତାମାନେ ଦାୟୀ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଶୁଭେନ୍ଦୁ ଅଧିକାରୀ କୋଲକାତା ଡେପୁଟି କମିସନରଙ୍କୁ ଭେଟିବାକୁ ଯାଉଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସର କର୍ମୀମାନେ ତାଙ୍କୁ ଅଟକାଇଥିଲେ। ଏନେଇ ବାଲୁରଘାଟର ଲୋକସଭା ସାସଂଦ ଡ. ସୁକାନ୍ତ ମଜୁମଦାର ଟୁଇଟ କରି କହିଛନ୍ତି, ପଶ୍ଚିମବଙ୍ଗରୁ ଆଇନ ନିଖୋଜ ହୋଇଯାଇଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଦ୍ୱାରା ପୁଣି ଥରେ ବିଜେପି ନେତାଙ୍କୁ ଆକ୍ରମଣ କରାଯାଇଥିବା ସେ କହିଛନ୍ତି।