ଆସନ୍ତାକାଲି ମାଘ ସପ୍ତମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇ ପାରିବେନି ଶ୍ରଦ୍ଧାଳୁ

କୋଣାର୍କ,ଏନ୍ଏନ୍ଏସ୍: ଆସନ୍ତାକାଲି ମାଘ ସପ୍ତମୀ। ଏହି ଦିନରେ କୋଣାର୍କର ଚନ୍ଦ୍ରଭାଗାରେ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି। ଏହି ସମୟରେ ସେଠାରେ ବହୁ ଭିଡ଼ ହୋଇଥାଏ। ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଜି ଠାରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି। ଯାହାଫଳରେ ଚଳିତ ବର୍ଷ ଭକ୍ତମାନେ ଏହି ବୁଡ଼ ପକାଇବାରୁ ବଞ୍ଚିତ ହେବେ।

ଏହି ମାଘ ସପ୍ତମୀ ପୂଜାରେ ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମୋଟ ୫୦୦ ଜଣଙ୍କୁ ସାମିଲ କରାଯାଇ କାର୍ଯ୍ୟ କରାଯିବ।