ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ଦେବଗଡ଼,ଏନ୍ଏନ୍ଏସ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପଦାର୍ପଣ ଉପଲକ୍ଷେ ଆଜି ଦେବଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମୋହିନୀପୁର କ୍ରିକେଟ କ୍ଲବ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ବାରକୋଟ ବ୍ଲକ ଉପାଧ୍ୟକ୍ଷ ହରମୋହନ ପାଣି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଆହ୍ୱାନକ୍ରମେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଧୀର କୁମାର ବ୍ରହ୍ମକ୍ଷ ଓ ବରିଷ୍ଠ ସଦସ୍ୟ ଦୟାଶଙ୍କର ଦ୍ୱିବେଦୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରେଡ଼କ୍ରସ ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ସ୍ୱେଛାକୃତ ରକ୍ତଦାତା ନିଜ ନାମ ପଞ୍ଜିକରଣ କରି ରକ୍ତଦାନ କରିଥିଲେ। ରକ୍ତ ଭଣ୍ଡାର ପିଆରଓ ମଳୟ କୁମାର ବେହେରା ଶିବିର ପରିଚାଳନା କରିଥିବାବେଳେ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।