Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦ରେ ବିଧାନସଭା ଘେରାଓ କରିବ ବିଜେପି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦ରେ ବିଧାନସଭା ଘେରାଓ କରିବ ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯାନ୍ୱୟନରେ ବ୍ୟାପକ ଅନିୟମିତତା ସାଙ୍ଗକୁ ଦୁର୍ନୀତି ଦେଉଥିବା ଦର୍ଶାଇ ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଓ କରିବ ରାଜ୍ୟ ବିଜେପି। ଏହି ସମୟରେ ମହାଙ୍ଗା ଡବଲ ମର୍ଡର ଘଟଣାକୁ ମଧ୍ୟ ଦଳ ପ୍ରସଙ୍ଗ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଜଣାଇଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇବା ଲକ୍ଷ୍ୟରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି। କିନ୍ତୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଛି। ଅଯୋଗ୍ୟ ହିତାଧିକାରୀ ତଥା ଶାସକ ଦଳର ନେତା ଓ କର୍ମୀମାନଙ୍କୁ ଏହି ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରି ସେମାନଙ୍କୁ ପକ୍କା ଘର ବଣ୍ଟନ କରାଯାଇଛି। ଏହା ବିରୁଦ୍ଧରେ ବିଜେପି ବାରମ୍ବାର ପ୍ରତିବାଦ କରିଆସୁଥିଲେ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟନ କରିବା ପାଇଁ ରାଜ୍ୟ ସରକାର ଚାହୁଁନାହାଁନ୍ତି। ଏହି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଆନ୍ଦୋଳନ କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ଆରମ୍ଭ ହୋଇଥିଲା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ବିଜେପି ନେତା ଶାରଦା ପ୍ରଧାନ ଏହି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଥିଲେ। ହେଲେ ଏଥିରେ ବିଜେଡି କର୍ମୀମାନେ ପ୍ରତିହିଂସା ପରାୟଣ ହୋଇ ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କଲେ। ପୂର୍ବରୁ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ଅପରପକ୍ଷେ ଏହି ସବୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ପ୍ରଫୁଲ ବିଶ୍ୱାଳଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେବା ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି ବୋଲି ମୃତକ ପରିବାର ଲୋକ ଅଭିଯୋଗ କରିଥିଲେହେଁ ପୁଲିସ ଚୁପ୍ ବସିଛି। ଶାସକ ଦଳ ଚାପରେ ପୁଲିସ ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ। ଏହା ବିରୁଦ୍ଧରେ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। ୧୦ ଦିନ ଭିତରେ ଘଟଣାର ତଦନ୍ତ କରି ସମସ୍ତଙ୍କୁ ଗିରଫ କରିବା ନେଇ ଡିଜି ପ୍ରତିଶ୍ରୁତି ଦେବାପରେ ବି ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନାହିଁ। ଏଣୁ ମାହାଙ୍ଗା ଡବଲ ମର୍ଡର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଗତକାଲିଠାରୁ ମହାଙ୍ଗା ନିର୍ବାଚନମଣ୍ଡଳୀ ଠାରୁ ପଦଯାତ୍ରା ବାହାରି ବିଧାନସଭା ଅଭିମୁଖେ ଆସୁଛି। ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଓ କରାଯିବ। ଶାସକ ଦଳ ଆଇନକୁ ହାତକୁ ନେଇ ଧମକ ଦେବାର କୁଅଭ୍ୟାସକୁ ବନ୍ଦ ନକଲେ ଆଗାମୀ ଦିନରେ ବିଜେପି ରାଜନୈତିକ ଲଢ଼େଇ ଜରିଆରେ ଏହାର ଜବାବ ଦେବ ବୋଲି ଶ୍ରୀ ହରିଚନ୍ଦନ ଚେତାବାନୀ ଦେଇଛନ୍ତି।