ବିବେକାନନ୍ଦ ହେଲେ କଟକ ଜିଲ୍ଲା ବିଜେପି ସମ୍ପାଦକ

ନିଶ୍ଚିନ୍ତକୋଇଲି, ଏନ୍ଏନ୍ଏସ୍: ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ୍ କେନ୍ଦୁପାଟଣା ପଞ୍ଚାୟତରେ ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ସଂଗଠକ ବିବେକାନନ୍ଦ ବେହେରା କଟକ ଜିଲ୍ଲା ବିଜେପି କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିବେକାନନ୍ଦଙ୍କ ନାମ ଘୋଷଣା କରିବା ପରେ ତାଙ୍କୁ ରଞ୍ଚନ ରାଉତ, ଅଶୋକ ସାହୁ, କୈଳାସ ବେହେରା, ଋଷି କୁମାର ରାଉତ, ଭକ୍ତ ଚରଣ ସାହୁ, ନିର୍ମଳ ରାଉତ, ଅରୁଣ ସେଠୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସଭାପତି ଓ କର୍ମକର୍ତ୍ତାମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏହି ଅବସରରେ ସଂପାଦକ ଶ୍ରୀ ବେହେରା ବିଜେପି ରାଜ୍ୟ ସଭାପତି, ଜିଲ୍ଲା ସଭାପତି, ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।