ଓଡ଼ିଆ ଲେଖିପଢ଼ି ଜାଣିନଥିବା ସରପଞ୍ଚଙ୍କ ପଦ ଗଲା

ବ୍ରହ୍ମପୁର,ଏନ୍ଏନ୍ଏସ୍: ଓଡିଆ ଲେଖି ପଢ଼ି ଜାଣିନଥିବା ଜଣେ ମହିଳା ସରପଞ୍ଚଙ୍କୁ ନିଜର ପଦ ହରାଇବାକୁ ପଡ଼ଛି। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଆର୍ଯ୍ୟପଲ୍ଲୀ ବ୍ଲକରେ ଦେଖିବାକୁ ମିଳିଛି। ମହିଳା ସରପଞ୍ଚ ଏମ୍ ଲକ୍ଷ୍ମୀ ୨୦୧୭ ମସିହାରେ ସପରଞ୍ଚ ନିର୍ବାଚନ ବେଳେ ଯେଉଁ ଓବିସି ସାର୍ଟିଫିକେଟ୍ ଦାଖଲ କରିଥିଲେ ତାହା ଜାଲ୍ ବୋଲି ଜଣାପଡ଼ିଛି। ତେଣୁ ଛତ୍ରପୁର ସିଭିଲ ଜଜ୍ ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ସରପଞ୍ଚଙ୍କ ପଦ ଅସିଦ୍ଧ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ସରପଞ୍ଚ ଏମ୍ ଲକ୍ଷ୍ମୀ ଆଦୌ ପାଠ ପଢିନାହାନ୍ତି । ସେ ୨୦୧୭ ପଞ୍ଚାୟତ ନିର୍ବାଚନବେଳେ ଓବିସି ସାଟିଫିକେଟ୍ ଦାଖଲ କରିଥିଲେ। ଏହା ଜାଲ୍ ବୋଲି ଜଣାପଡ଼ିବା ପରେ ଛତ୍ରପୁର ସିଭିଲ ଜଜ୍ ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ।