ବିଜୁ ପକ୍କାଘର ନାମରେ ଷ୍ଟିକର ମରାକୁ ବିରୋଧ

ନବରଙ୍ଗପୁର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କାଘର ନାମରେ ହଡପ କରି ଷ୍ଟିକର ମାରିବା କାର୍ଯ୍ୟକୁ ଜିଲ୍ଲା ବିଜେପି ପକ୍ଷରୁ ବିରୋଧ କରାଯାଇଛି। ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀଙ୍କ ନେତୃତ୍ୱରେ ନବରଙ୍ଗପୁର ଥାନାରେ ଆଜି ଏତଲା ଦିଆଯାଇଥିଲା। ଏଥିରେ ସଭାପତି ମନୋଜ ମହାଙ୍କୁଡ, ନଗର ସଭାପତି ପିଣ୍ଟୁ ମିଶ୍ର, ଅରୁଣ ପୂଜାରୀ, ମଧୁସୂଦନ ରାଓ, ଦୈତାରି ମାଝୀ, ରୁନା ମାଝୀ, ବିଟୁ ବେହେରା, ସନାତନ ବିଶୋୟୀ, ଭୁବନ ନାୟକ ପ୍ରମୁଖ ସାମିଲ ହୋଇଥିଲେ।