ପୁଣି ସୁସ୍ଥ ହେଲେ ୩୮୩, ଆରୋଗ୍ୟଙ୍କ ସଂଖ୍ୟା ୩୨୪୭୭୫ରେ ପହଞ୍ଚିଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୪୭୭୫ରେ ପହଞ୍ଚିଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫୨ ଜଣ ସୁସ୍ଥ ହୋଇଥିବାବେଳେ ଝାରସୁଗୁଡାରୁ ୩୬, ଖୋର୍ଦ୍ଧାରୁ ୩୫, ଅନୁଗୁଳରୁ ୩୨, କଟକରୁ ୨୬, ନୂଆପଡାରୁ ୨୫, ପୁରୀରୁ ୨୪, ମୟୂରଭଞ୍ଜରୁ ୨୧, ସମ୍ବଲପୁରରୁ ୧୮, ବଲାଙ୍ଗିରରୁ ୧୫, ବାଲେଶ୍ୱରରୁ ୧୪, କେନ୍ଦ୍ରାପଡାରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୦, କେନ୍ଦୁଝରରୁ ୧୦, କଳାହାଣ୍ଡିରୁ ୭, ଜଗତସିଂହପୁରରୁ ୬, ନବରଙ୍ଗପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନୟାଗଡରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।