ଘର ଆଗରୁ ବାଇକ୍ ଚୋରି

ଫୁଲବାଣୀ,ଏନ୍ଏନ୍ଏସ୍: ଟାଉନଥାନା ଅନ୍ତର୍ଗତ ନଦିଖଣ୍ଡି ସାହିରେ ସୋମବାର ରାତିରେ ଏକ ବାଇକ ଚୋରି ହୋଇଥିବା ଥାନାରେ ଏତଲା ଦିଆଯାଇଛି। ସୂଚନା ଅନୁସାରେ, ଆଇନଜୀବୀ ଅଜୟ କୁମାର ସିଂଙ୍କ ଘରେ ଭଡା ରହୁଥିବା ବିଏସଏନଏଲ ଏସଡିଓ ମନୋଜ କୁମାର ପଟ୍ଟନାୟକ ସୋମବାର ରାତିରେ ତାଙ୍କ ହିରୋ ହଣ୍ଡା ବାଇକୁ ଘର ସାମ୍ନାରେ ରଖିଥିଲେ। ତେବେ ସକାଳେ ଦେଖିବାବେଳକୁ ବାଇକ ନଥିଲା। ବହୁ ଖୋଜାଖୋଜି କରିବା ପରେ ବି ସନ୍ଧାନ ମିଳି ନଥିଲା। ପରେ ଶ୍ରୀ ପଟ୍ଟନାୟକ ଫୁଲବାଣୀ ଟାଉନ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ।