କଟାସରରେ ବିଜେଡିର ବୈଠକ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ଅନ୍ତର୍ଗତ କଟାସର ମନ୍ଦିର ନିକଟରେ ବିଜେଡି ଦଳ ପକ୍ଷରୁ ରିଆମାଳ ବ୍ଲକର ଜୋନ୍‌-୨ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଦମୟନ୍ତୀ ସାହୁ ଜିଲ୍ଲା ବିଜେଡି ସଭାପତି ଇଂ. ଚିତ୍ତରଞ୍ଜନ ପ୍ରଧାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ସଭାପତି ଇଂ. ଚିତ୍ତରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଦଳ ଜିତିବା ପାଇଁ ୱାର୍ଡ ସ୍ତରର କର୍ମୀଙ୍କୁ ଏକଜୁଟ୍ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟପଟେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ କାର୍ଯ୍ୟକ୍ରମରେ ଯୋଗଦେଇ ୱାର୍ଡସ୍ତରର କର୍ମୀଙ୍କୁ ସଂଗଠିତ ହୋଇ ପଞ୍ଚାୟତ ତଥା ବ୍ଲକସ୍ତରୀୟ କମିଟିକୁ ସୁଦୃଢ଼ କରିବା ଉପରେ ଆଲୋକପାତ କରିଥିଲେ । ପୂର୍ବତନ ସରପଞ୍ଚ ତପନ କୁମାର ସାହୁ, ପୂର୍ବତନ ବରଗଡ଼ ସମବାୟ ସମିତି ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ସମିତି ସଭ୍ୟ ଲିଙ୍ଗରାଜ ସାହୁ, ପୂର୍ବତନ ସମବାୟ ଡାଇରେକ୍ଟର କ୍ଷଣାପ୍ରଭା ବେହେରା, ଆଇନଜୀବୀ ବିକାଶ କୁମାର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଭୂତି ଗଙ୍ଗଦେବ, ପୂର୍ବତନ ସରପଙ୍କ କୁଳମଣି ରାଉତ, ବୁଢ଼ାପାଳ ସରପଞ୍ଚ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ତରଣୀସେନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବାବେଳେ ୧ ହଜାରରୁ ଊର୍‌ଦ୍ଧ୍ୱ ବିଜେଡି କର୍ମୀ ଉପସ୍ଥିତ ଥିଲେ ।