ଶୁଭମନଙ୍କ ହାତରେ ଗୁଜରାଟର ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ଟିମ୍ ନିଜ ଖେଳାଳିଙ୍କ ରିଲିଜ ଓ ରିଟେନ ଲିଷ୍ଟ ଜାରୀ କରିଦେଇଛି । ଏହିକ୍ରମେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସଠାରୁ ଅଲଗା ହୋଇଛନ୍ତି । ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡ କରିଛି । ପାଣ୍ଡ୍ୟା ଯିବା ପରେ ଗୁଜରାଟ ଟାଇଟନ୍ସ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଅଧିନାୟକ କରିଛି । ଗୁଜରାଟ ଟାଇଟନ୍ସ ଏହାର ଆନୁଷ୍ଠାନିକ ଘୋଷଣା କରିଛି ।

ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୨ରେ ଗୁଜରାଟର ଅଧିନାୟକ ଦାୟିତ୍ୱ ସମ୍ଭାଳି ଥିଲେ । ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଚାମ୍ପିଆନ ହୋଇଥିଲା । ଗୁଜରାଟ ଟାଇଟନ୍ସ ଚୁକ୍ତି କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ପାଣ୍ଡ୍ୟାକୁ ରିଟେନ କରିଛି । ଏହି ଚୁକ୍ତି ଟଙ୍କାରେ ହୋଇଛି । ଏହାର ଅର୍ଥ ମୁମ୍ବାଇକୁ ପାଣ୍ଡ୍ୟା ବଦଳରେ ଗୁଜରାଟକୁ ଟଙ୍କା ଦେବାକୁ ପଡ଼ିବ ।