ବିଜେପି ସହ ମେଣ୍ଟ କରିବାକୁ ଚାହୁଁଥିଲେ କେସିଆର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ(କେସିଆର) ବଡ଼ ଦାବୀ କରିଛନ୍ତି । ମୋଦୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ବିଜେପି ସହ ମହାମେଣ୍ଟ କରିବାକୁ ଚାହୁଁଛି । କିନ୍ତୁ ଆମେ ଏହା ହେବାକୁ ଦେଲୁନି ।

ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନାର ମହବୁବାଦରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ, କେସିଆରଙ୍କୁ ବିଜେପିର ବଢ଼ୁଥିବା ଶକ୍ତି ସମ୍ବନ୍ଧରେ ପୂର୍ବରୁ ଅନୁଭବ ଥିଲା । କିପରି ବିଜେପି ସହ ବନ୍ଧୁତା ହେବ ସେସମ୍ବନ୍ଧରେ କେସିଆର ଦୀର୍ଘ ଦିନରୁ ଚେଷ୍ଟା ଚଲାଇଥିଲା । କେସିଆର ଥରେ ଦିଲ୍ଲୀ ଆସିଥିବାବେଳେ ମୋତେ ଭେଟି ଏକଥା ଅନୁରୋଧ କରିଥିଲେ। କିନ୍ତୁ ବିଜେପି ତେଲେଙ୍ଗାନା ଲୋକଙ୍କ ଇଚ୍ଛା ବିରୋଧରେ କୌଣସି କାମ କରିପାରିବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଯେବେଠୁ ବିଜେପି କେସିଆରକୁ ମନା କରିଛି ସେବେଠୁ ଭାରତ ରାଷ୍ଟ୍ର ସମିତି(ବିଆରଏସ) ମୋତେ ଗାଳି ଦେବାର କୌଣସି ସୁଯୋଗ ହାତଛଡ଼ା କରୁନାହିଁ । ତେଲେଙ୍ଗାନାକୁ ବିଆରଏସ କବଳରୁ ମୁକ୍ତ କରିବାକୁ ଆମ ପାର୍ଟି ନିଜ ଦାୟିତ୍ୱ ମଣୁଛି ।