ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୟୂରଭଞ୍ଜ ବିଜୁ ଯୁବ ଓ ଛାତ୍ର ଜନତା ଦଳ

ବାରିପଦା,ଏନ୍ଏନ୍ଏସ୍: ସରକାରୀ ହାଇସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇିଞ୍ଜନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁର କରାଯାଇଛି। ଏନେଇ ଆଜି ମୟୂରଭଞ୍ଜ ବିଜୁ ଯୁବ ଜନତା ଦଳ ସଭାପତି ଅରୁଣ ବରାଡ ଓ ଛାତ୍ର ସଭାପତି ସୁନୀଲ ନାୟକଙ୍କ ନେତୃତ୍ୱରେ ଶତାଧିକ ଯୁବ ଛାତ୍ର ଓ ଛାତ୍ରୀ ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର କନିଷ୍ଠ ମହାବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃଜ୍ଞତା ଜଣାଇଥିଲେ।

ଏଥିରେ ରାଜ୍ୟ ଯୁବ ସମ୍ପାଦକ ରାଜୀବ ଜେନା, ଜୋନାଲ ଛାତ୍ର ସଭାପତି ଅବଦୁଲ ହବିବ, ରାଜ୍ୟ ଛାତ୍ର ସମ୍ପାଦକ ଅଭୟ ସିଂ ଓ ଦିବ୍ୟବ୍ରତ ମହାନ୍ତି, ଜିଲ୍ଲା ଯୁବ ସମ୍ପାଦକ ଗୋବିନ୍ଦ ବେହେରା, ମଙ୍ଗଲ ସିଂ, ଲକ୍ଷ୍ମଣ ମାରାର୍ଣ୍ଡି, ସଞ୍ଜୀବ ପ୍ରଧାନ, ମନୋରଞ୍ଜନ ମୁଖୀ, ଦୀପକ ଘୋଷ, ବାରିପଦା ନଗର ସଭାପତି ସରୋଜ ଶତପଥୀଙ୍କ ସହିତ ଛାତ୍ରନେତା ଆଭାସ ଦେ, ଅନନ୍ତ ସ୍ୱାଇଁ, ଜିତ ପଟ୍ଟନାୟକ, ସୁଶୀଲ ସେଠୀ, ଭବାନୀ ଶଙ୍କର ଧଡା, ଅମିତ ବୈଠା, ଆର୍ଶୀବାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।