ଆଖି ବୁଜିଲେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ରହ୍ମପୁର ଏସ୍‌ପି ଅଫିସ୍‌ ସମ୍ମୁଖରେ ଆତ୍ମାହୁତି ଦେଇଥିବା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।

ଉଲ୍ଲେଖନୀୟ ଯେ ମିନାକ୍ଷୀଙ୍କ ଘର ସାମ୍ନାରେ ଏକ ପାର୍କିଂକୁ ନେଇ ଗଣ୍ଡଗୋଳ କୁ ନେଇ ତାଙ୍କ ପୁଅକୁ ପୋଲିସ ଗିରଫ କରିଥିଲା । ଏହି ଘଟଣାକୁ ନେଇ ମିନାକ୍ଷୀ ଫେବୃଆରୀ ୧୨ରେ ଏସ୍‌ପିଙ୍କୁ ସାକ୍ଷାତ କରିବାକୁ ଯାଇଥିବାବେଳେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଗକଉଏ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଫେବୃଆରୀ ୧୪ରେ ଏସ୍‌ସିବିରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।