ଶିକ୍ଷା ଓ କୃଷି କ୍ଷେତ୍ରରେ କମିଛି ବ୍ୟୟବରାଦ: ନରସିଂହ ମିଶ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଚଳିତ ବଜେଟରେ ପୂର୍ବାପେକ୍ଷା ଶିକ୍ଷା ଓ କୃଷି କ୍ଷେତ୍ରରେ ବ୍ୟୟବରାଦ କମିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ସେ କହିଛନ୍ତି ଯେ ଏଭଳି ଅସତ୍ୟ ତଥ୍ୟ ମାନ ଦେଇ ବିଜୁ ଜନତା ଦଳ କ୍ଷମତାକୁ ଫେରୁଛି ।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟ ସରକାର ବଜେଟରେ ଶିକ୍ଷା ଓ କୃଷି କ୍ଷେତ୍ରରେ ବ୍ୟୟବରାଦ ବିପୁଳ ମାତ୍ରାରେ ବଢିଛି ବୋଲି କହି ପ୍ରଚାରିତ କରୁଛନ୍ତି । କିନ୍ତୁ ବାସ୍ତବିକତା ଏହା ଠାରୁ ସମ୍ପୂର୍ଣ ଭିନ୍ନ ।

ସେ କହିଛନ୍ତି ଠିକ ସେହିପରି ପ୍ରଚାରିତ କରା ଯାଉଛି ଯେ ବିଧାୟକ ଲ୍ୟାଡ ଫଣ୍ଡ ତିନି ଗୁଣ କରି ଦିଆ ଯାଇଛି । ହେଲେ ଏହା ମଧ୍ୟ ଅସତ୍ୟ । ପୂର୍ବରୁ ବିଧାୟକ ମାନେ ସ୍ପେଶାଲ ଡେଭଲପମେଂଟ ଫଣ୍ଡରେ ୫୦ ଲକ୍ଷ ଟଙ୍କା ଖର୍ଚ କରି ପାରୁଥିଲେ । ଅର୍ଥାତ ସେମାନଙ୍କ ପାଇଁ ଦେଢ କୋଟି ଟଙ୍କାର ବ୍ୟବସ୍ଥା ଥିଲା । ଏବେ ଏହାକୁ ତିନି କୋଟି କରା ଯାଇଛି । ଉକ୍ତ ଫଣ୍ଡ ଆଉ ନାହିଁ । ଏହି ଭଳି ଭାବରେ ରାଜ୍ୟ ସରକାର ଅସତ୍ୟ ତଥ୍ୟ ମାନ ପ୍ରଦାନ କରୁଛି ବୋଲ୍‌ି ସେ କହିଥିଲେ ।