ଏଟିଏମ୍ କାଟି ୨୬ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କାନାଳ,ଏନ୍ଏନ୍ଏସ୍ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ୫୫ ନଂ.ଜାତୀୟ ରାଜପଥର ନିମବାହାଳୀ ବଜାରଠାରେ ଥିବା ଏସବିଆଇ ଏଟିଏମକୁ ଗ୍ୟାସ୍ କଟରରେ କାଟି ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୨୬ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏନେଇ ଏଟିଏମ ଚ୍ୟାନେଲ ମ୍ୟାନେଜର ଫାଲଗୁନୀ ପାଠକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଅନୁଗୁଳ ଏସପି ଜଗମୋହନ ମୀନା, ସଦର ଏସଡିିପିଓ ଶ୍ରୀହର୍ଷ ମିଶ୍ର, ମୋଟଙ୍ଗା ଥାନାଧିକାରୀ ସରୋଜିନୀ ସାମାଦ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ ମଧ୍ୟ ଲୁଟେରାଙ୍କ ସୁରାକ ପାଇପାରିନାହାନ୍ତି। ତୁରନ୍ତ ଏହି ଅଞ୍ଚଳରେ କଡା ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହ ସମ୍ପୃକ୍ତ ଲୁଟେରାମାନଙ୍କୁ ତୂରନ୍ତ ଗିରଫ କରାଯିବା ପାଇଁ ଦାବି ହୋଇଛି।