ଭୁବନେଶ୍ୱର, ଏନ୍ଏନ୍ଏସ୍: ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି । ବାଲେଶ୍ୱରରେ ୨୩ ରାଉଣ୍ଡ ସୁଦ୍ଧା ବିଜେଡି ୧୧,୫୮୮ ଭୋଟରେ ଆଗୁଆ ରହିଛି । ସେହିପରି ତିର୍ତ୍ତୋଲରେ ମଧ୍ୟ ୨୨ ରାଉଣ୍ଡ ସୁଦ୍ଧା ୩୩,୫୦୯ ଭୋଟରେ ବିଜେଡି ଆଗରେ ରହିଛି । ତେବେ ବାଲେଶ୍ୱର ଓ ତିର୍ତ୍ତୋଲ ଆସନରେ କିଏ ବାଜି ମାରିବ ଆଜି ଭୋଟ ଗଣତି ପରେ ଫଳାଫଳ ଆସିଲେ ଜଣାପଡିବ । ସବୁ ଦଳକୁ ପଛରେ ପକାଇ ଆଗକୁ ମାଡିଚାଲିଛି ବିଜେଡି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ରେ ଉପନିର୍ବାଚନର ମତଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିବ ।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା । ବାଲେଶ୍ୱର ଆସନରେ ୭୦.୬୯ପ୍ରତିଶତ ଓ ତିର୍ତ୍ତୋଲ ଆସନରେ ୬୯.୬୬ ପ୍ରତିଶତ ଭୋଟର ମତଦାନ କରିଥିଲେ ।