ଦାରିଙ୍ଗବାଡ଼ି,ବାଲିଗୁଡ଼ା,କ.ନୂଆଗାଁ,ଏନ୍ଏନ୍ଏସ୍: ପୁଣିଥରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରହ୍ମପୁର ଅବକାରୀ ବିଭାଗ ଇଂଟେଲିଜେନ୍ସ ଆଣ୍ଡ ଏନଫୋର୍ସମେଣ୍ଟ ବ୍ୟୁରୋ ୟୁନିଟ ତରଫରୁ ଚଢ଼ଉ କରାଯାଇ ୧୫୬ ଲିଟର ଚୋରା ଦେଶୀମଦ ଜବତ କରିବା ସହିତ ୧୦ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ଦାରିଙ୍ଗବାଡ଼ି ଥାନା ଗାର୍ଗାବାଡ଼ିର ପୁନା ନାୟକ, ମାହାଡ଼ଗାଣ୍ଡା ଗ୍ରାମର ମନୋରଞ୍ଜନ ନାୟକ, ସିମନବାଡ଼ି ଗ୍ରାମର ରଶାନ୍ତ ନାୟକ, ସାରଙ୍ଗଡ଼ ଥାନା ବନ୍ଦଗୁଡ଼ା ଗ୍ରାମର ଲକ୍ଷ୍ମୀ ସାହୁ, ପ୍ରଭାସିନୀ ସାହୁ ଓ କୌତୁକ ସାହୁ ଏବଂ ବାଲିଗୁଡ଼ା ଥାନା ସଲାଗୁଡ଼ା ଗ୍ରାମର ଲବନାୟକ, ଲକ୍ଷ୍ଣଣ ନାୟକ, ଲଣ୍ଡାଗାଁ ଗ୍ରାମର କୃର୍ଷ୍ଣ ଥେଲା, କନୂଆଗାଁ ଥାନା ଚଣାପଦର ଗ୍ରାମର ମଞ୍ଜରୀ ପ୍ରଧାନ । ବ୍ରହ୍ମପୁର ଅବକାରୀ ବିଭାଗର ଆଇଆଇସି ଶ୍ରୀ ସେଠୀଙ୍କ ନେତୃତ୍ୱରେ ଏଏସଆଇ ଜେଜେ ନାୟକ, କନଷ୍ଟେବଳ ସନ୍ତୋଷ ନାୟକ, ବିବେକାନନ୍ଦ ଖେତି, ସୁବ୍ରତ ବେହେରା, ସୀତାରାଣୀ ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ।