ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡିର ନାମାଙ୍କନ ପତ୍ର ଦାଖଲ 

ଦେବଗଡ଼,ଏନ୍‌ଏନ୍‌ଏସ୍‌: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାରେ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବାବେଳେ ଦେବଗଡ଼ ଜିଲ୍ଲାର ୭ ଜିଲ୍ଲା ପରିଷଦ ଆସନ ପାଇଁ ଆଜି ବିଜେଡି ପକ୍ଷରୁ ୪ ଆସନ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଦଳୀୟ କର୍ମୀ କରୋନା କଟକଣା ନିୟମ ପାଳନ ପୂର୍ବକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀଙ୍କ ସହ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ୭ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଆଜି ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାରକୋଟ ବ୍ଲକ ଜିଲ୍ଲାପରିଷଦ ଜୋନ-୨ ପ୍ରାର୍ଥୀ ଭାବେ ସମରେନ୍ଦ୍ର ଜିତ, ଜୋନ-୩ ପ୍ରାର୍ଥୀ ଭାବେ ଗୀତାଞ୍ଜଳି ପାଣି, ରିଆମାଳ ବ୍ଲକ ଜିଲ୍ଲାପରିଷଦ ଜୋନ ୧ ଆସନ ପାଇଁ କୌଶିକ କୁମାର ପ୍ରଧାନ ଓ ଜୋନ-୨ ପ୍ରାର୍ଥୀ ଭାବେ ବାସନ୍ତି ବେହେରା ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ ।