ରାଜ୍ୟରେ ଆଉ ୧୪୫ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଆଉ ୧୪୫ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ଜାନୁଆରୀ ୯ରୁ ୧୬ ମଧ୍ୟରେ ଜିନମ ସିକ୍ୟୁଏନ୍ସିଂ ପାଇଁ ୨୪୯ଟି ସାମ୍ପଲ ପଠାଯାଇଥିଲା । ସେଥିମଧ୍ୟରୁ ୧୪୫ଟି ରିପୋର୍ଟ ଓମିକ୍ରନ୍ ପଜିଟିଭ ଆସିଥିବା ଜଣାପଡ଼ିଛି ।