ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଅବସରକୁ ନେଇ ଘୋଷଣା କରିଛନ୍ତି । ୨୦୨୨ ସାନିଆଙ୍କର ଶେଷ ସିଜିନ ହେବ ଓ ଏହାପରେ ସେ ସନ୍ୟାସ ନେବେ । ସାନିଆ ଏବେ ଅଷ୍ଟ୍ରେଲିୟନ ଔପନ୍ ଖେଳିବାକୁ ଯାଇଛନ୍ତି । ଅଷ୍ଟ୍ରେଲିଆନ ଔପନର ମହିଳା ଯୁଗଳ ବର୍ଗରେ ହାରିବା ପରେ ସାନିଆ ଅବସର ନେଇ ଘୋଷଣା କରିଛନ୍ତି । ସାନିଆ କହିଛନ୍ତି ଯେ, ଏହା ମୋର ଶେଷ ସିଜିନ ହେବ ବୋଲି ମୁଁ ସ୍ଥିର କରିଛି । ଏହି ସିଜିନ ବି ପୁରା ଖେଳି ପାରିବି କି ନାହିଁ ମୁଁ ଜାଣିନି ।
ସାନିଆ ଆହୁରି କହିଛନ୍ତି ଯେ, ସନ୍ୟାସ ନେବାର କିଛି କାରଣ ରହିଛି । ସୁସ୍ଥ ହେବା ପାଇଁ ମୋତେ ଅଧିକ ସମୟ ଲାଗୁଛି । ମୁଁ ମୋ ୩ ବର୍ଷର ପୁଅ ସହ ଏତେ ଯାତ୍ରା କରି ତାକୁ ବିପଦରେ ପକାଇ ପାରିବିନି । ଏସବୁ କଥାକୁ ମୋତେ ଧ୍ୟାନରେ ରଖିବାକୁ ପଡ଼ିବ ।
ସୂଚନାଯୋଗ୍ୟ, ସାନିଆ ମିର୍ଜା ମହିଳା ଯୁଗଳ ବର୍ଗରେ ୨୦୧୬ ଅଷ୍ଟ୍ରେଲିୟନ ଔପନ, ୨୦୧୫ରେ ବିମ୍ବଲଡନ ଓ ୟୁଏସ ଔପନ୍ ଜିତିଥିଲେ । ସେହିପରି ମିଶ୍ରିତ ଯୁଗଳ ବର୍ଗରେ ୨୦୦୯ରେ ଅଷ୍ଟ୍ରେିଲିୟନ ଔପନ, ୨୦୧୨ରେ ଫ୍ରେଞ୍ଚ ଔପନ୍ ଓ ୨୦୧୪ରେ ୟୁଏସ ଔପନ ସାନିଆ ନିଜ ନାଁରେ କରିଥିଲେ ।