ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ ପୂର୍ବ ଶତୃତାକୁ ନେଇ ଜଣେ ମହିଳାଙ୍କୁ ମଝି ଦାଣ୍ଡରେ ମାଡ଼ ମାରିବା ଭିଡିଓ ଭାଇରାଲ ହୋଇଛି। ଘର ଭିତରୁ ଭିଡିଆଣି ଗାଁ ଦାଣ୍ଡରେ ମହିଳାକୁ ମାଡ଼ମାରିଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି। ତେବେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
