ପାଟଣାଗଡ଼ରେ ୨ ଦିନିଆ ସଟଡାଉନର ପ୍ରଭାବ

ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ମଧ୍ୟ ସଟଡାଉନ କରାଯାଇଛି। ଏହି ସଟଡାଉନ ଫଳରେ ସହରରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖବାକୁ ମିଳିଛି।

କେବଳ ଜରୁରୀକାଳୀନ ସେବା ସହିତ ଔଷଧ ଦୋକାନ ଖୋଲା ରହିଛି। ସହରରେ ସ୍ଥାନୀୟ ପୁଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଏ ନେଇ ଆଜି ସହରର ରାସ୍ତା ଜନଶୂନ୍ୟ ହୋଇପଡ଼ିଛି।