ରାମନାଗୁଡ଼ାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଆଜି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ରାମନାଗୁଡ଼ାରୁ ଜଣେ ମହିଳା ରହିଛନ୍ତି ଯିଏକି କର୍ଣ୍ଣାଟକରୁ ଫେରି କ୍ୱାରେଣ୍ଟାଇନରେ ଥିଲେ। ପରେ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ଯାହାକି ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଗୁଣପୁର ଆଦର୍ଶ ବିଦ୍ୟାଳୟ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଛି।

ସେହିପରି ଗୁଣପୁର ଅଂଚଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ହୋଇଥିବାବେଳେ ଅନ୍ୟ ଜଣେ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି। ଆଉ ଏହି ୪ଜଣ ଯାକ ତାମିଲନାଡ଼ୁ ଫେରନ୍ତା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି।