ଜୟପୁର,ଏନ୍ଏନ୍ଏସ୍: ବୋରିଗୁମ୍ମା ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ଜୟପୁର ଟାଉନ ଥାନାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ନୂତନ ଥାନାଧିକାରୀ ଭାବେ ବିଶ୍ୱଜିତ ମହାନ୍ତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦ ବର୍ଷର ଚାକିରି କାଳରେ ଶ୍ରୀ ମହାନ୍ତି ବଡ଼ମ୍ବା, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭୁବନେଶ୍ୱର, ସାଲେପୁର, ତ୍ରିତଲ ଓ ପାରାଦ୍ୱୀପ ଭଳି ସ୍ଥାନରେ ନିଜର ଦାୟିତ୍ୱ ତୁଲାଇଛନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନାରେ ନୂତନ ଭାବେ ଦାୟିତ୍ୱ ନେବା ପରେ ଶାନ୍ତି ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ଟ୍ରାଫିକ ସମସ୍ୟା ଓ ଗରିବ ଲୋକଙ୍କୁ କିଭଳି ସୁବିଧାରେ ନ୍ୟାୟ ମିଳିପାରିବ ସେଦିଗରେ ଦୃଷ୍ଟି ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।