ଝାରସୁଗୁଡ଼ା,ଏନ୍ଏନ୍ଏସ୍: ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଶିକାର କରୁଥିବା ଜଣେ ଯୁବକକୁ ବେଲପାହାଡ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗରିଫ ଅଭିଯୁକ୍ତ ଜଣକ ଲଖନପୁର ବ୍ଲକ ଚାରପାଲି ପଂଚାୟତ ଅନ୍ତର୍ଗତ ଧୁଲୁଣ୍ଡା ଗ୍ରମର ଚନ୍ଦ୍ରମଣି କାଲୋଙ୍କ ପୁଅ ପ୍ରଦୀପ କାଲୋ (୨୪) ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳ ୬ଟାରେ ପ୍ରଦିପ ହୀରାକୁଦ ଜଳ ଭଣ୍ଡାରରୁ ୨ଟି ଜୀବନ୍ତ ଗାର୍ଡୱାଲ ଓ ୩ଟି ମୃତ କମନସ୍ନାଇପ୍ ପକ୍ଷୀ ଶିକାର ନେଇ ଫେରୁଥିଲା। ସେହି ସମୟରେ ବନ ବିଭାଗ ପକ୍ଷରୁ ତାକୁ ଗିରଫ କରାଯାଇ ପକ୍ଷୀ ଧରୁଥିବା ଜାଲକୁ ଜବତ କରାଯିବାସହ ଜୀବନ୍ତ ଗାର୍ଡୱାଲ ପକ୍ଷୀ ଦ୍ୱୟଙ୍କୁ ରମ୍ପାଲୁଗା ନିକଟ ହୀରାକୁଦ ଜଳ ଭଣ୍ଡାରରେ ପୁନଃଶ୍ଚ ଛାଡି ଦିଆଯାଇଛି।