ଅଷ୍ଟ୍ରେଲିଆରେ ଜନ୍ମଦିନ ପାଳିଲେ ବିରାଟ

ହାଇଦ୍ରାବାଦ,ଏଜେନ୍ସି: ରନ୍ ମେସିନଙ୍କର ଆଜି ଜନ୍ମ ଦିନ । ସଙ୍କଟମୋଚକ ସାଜି ଦଳକୁ ବିଜୟ ଭେଟି ଦେଉଥିବା କିଙ୍ଗ କୋହଲି ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ଟି-୨୦ ବିଶ୍ବକପ ପାଇଁ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି । ଟିମ ଇଣ୍ଡିଆ ପକ୍ଷରୁ କେକ୍ କାଟି କୋହଲିଙ୍କ ବର୍ଥ ଡେ ସେଲିବ୍ରେସନ କରାଯାଇଛି ।

ଅଷ୍ଟ୍ରେଲିଆ ଗସ୍ତ ବାବଦରେ ବିରାଟ କହିଛନ୍ତି ଏହା ଏମିତି ଏକ ପିଚ୍ ଯେଉଁଠାରେ ଉନ୍ନତମାନର ପ୍ରଦର୍ଶନ କରିବା ଫଳରେ ବହୁତ ସମ୍ମାନ ମିଳିଥାଏ । ସେପଟେ ଜନ୍ମଦିନ ଅବସରରେ ବିରାଟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେହିପରି ଆଜି ଭାରତୀୟ ମେଣ୍ଟର ପେଡି ଅପଟନଙ୍କର ମଧ୍ୟ ଜନ୍ମଦିନ । ସେ ମଧ୍ୟ ଟିମ ଇଣ୍ଡିଆ ଶିବିରରେ ବିରାଟ କୋହଲିଙ୍କ ସହିତ କେକ୍ ନିଜ ଜନ୍ମ ଦିନ ପାଳିଛନ୍ତି ।