୪୦୦ରୁ ଅଧିକ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଭୁଶୁଡିବାରେ ଲାଗିଛି ଲାଲ ଗଡ଼। ବିଏସ୍‌ଏଫ୍‌ ଆସିବା ପରେ ଏବେ ଜିଲ୍ଲାରେ କମିବାରେ ଲାଗିଛି ମାଓ ହିଂସା। ଲାଲ ବାହିନୀର ହାତ ଛାଡି ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେଉଛନ୍ତି ମାଓ ସମର୍ଥକ। ସରକାରଙ୍କ ବିକାଶ ପକ୍ରିୟା ଏବେ ଲାଲ ବାହିନୀରେ ପହଞ୍ଚିଛି। ସାଧାରଣ ଲୋକ ପାଉଛନ୍ତି ସମସ୍ତ ସୁବିଧା।

କେବଳ ସ୍ୱାଭିମାନ ଅଞ୍ଚଳରେ ୭ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ବେଳେ ବିଏସ୍‌ଏଫ୍‌ ଓ ଓଡିଶା ପୁଲିସର ଘନ ଘନ କୁମ୍ବିଙ୍ଗ ଅପରେସନ ଲାଲ ବାହିନୀର ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଲାଉଗୁଡାଠାରେ ପାପରମେଟଲ ଓ ଧୁଳିପୁଟ ସମେତ ଆନ୍ଧ୍ରପ୍ରଦେଶର ୪୦୦ରୁ ଅଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିବା ସହ ଜାଳିଛନ୍ତି ମାଓ ପୋଷାକ ଓ ମାଓ କୁଶ ପୁତ୍ତଳିକା।