କର୍ଣ୍ଣାଟକ: ରେଲଲାଇନ ନିକଟରୁ ଉପବାଚସ୍ପତି ଏସ୍‌ ଏଲ୍ ଧର୍ମେଗୌଡ଼ାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,ଏଜେନ୍ସି: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସ୍ ଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ରେଳଲାଇନ ନିକଟରୁ ଉଦ୍ଧାର ହୋଇଛି। ଏଥି ସହିତ ମୃତଦେହ ନିକଟରୁ ଏକ ଆତ୍ମହତ୍ୟା ନୋଟ ମଧ୍ୟ ମିଳିଛି। ତେବେ ନୋଟ ଅନୁସାରେ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିବା ବେଳେ ମୃତ୍ୟୁର କାରଣ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିିଁ।

କର୍ଣ୍ଣାଟକ ପୁଲିସ ଚିକାମଗଲୁରୁର କାଦୁର ରେଳଲାଇନ ନିକଟରୁ ଉପବାଚସ୍ପତି ଦେବେଗୌଡ଼ାଙ୍କ ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ କରୁଛି। ଏସ୍‌ ଏଲ୍ ଧର୍ମେଗୌଡ଼ାଙ୍କ ଆତ୍ମହତ୍ୟା ଖବର ପାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ‌ଡି ଦେବେଗୌଡ଼ା ଓ ଜେଡିଏସ ନେତା ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି ସେ ଟୁଇଟ କରିଛନ୍ତି।