ଶିଶୁ ଓ ମହିଳାଚାଲାଣ ଉପରେ ଲାଗିବ ରୋକ

  • ନୂଆଦିଲ୍ଲୀ: ମହିଳା ଓ ଶିଶୁଚାଲାଣ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବିଲ୍ ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏହି ବିଲକୁ ଆଇନରେ ପରିଣତ କରି ଦେଶରେ ହେଉଥିବା ମହିଳା ଓ ଶିଶୁ ଚାଲାଣ ଉପରେ ରୋକ୍ ଲଗାଇବାକୁ ଲକ୍ଷ୍ୟ ରଖିଛି। ତେବେ ସଂସଦରେ ଏହି ପ୍ରସ୍ତାବିତ ବିଲ୍ ଆଗତ ହେବା ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ପାଇବ। ଯଦି କେହି ବିଲ ବାବଦରେ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି ତାହାହେଲେ ଜୁଲାଇ ୧୪ ସୁଦ୍ଧା ସମୟ ଦିଆଯାଇଛି। ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶନ ବସିବ। ଏହା ଚଳିତ ବର୍ଷର ପ୍ରଥମ ଅଧିବେଶନ ହେବ। ଏହି ସମୟରେ କେନ୍ଦ୍ର ସରକାର ଏହି ବିଲ୍ ସଂସଦରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ତେବେ ଏହା ରାଜ୍ୟ ରାଜ୍ୟ ଭିତରେ ହେଉଥିବା ଚାଲାଣ ବ୍ୟତୀତ ସୀମା ଆରପାରି କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି।