ଦିନ ଦ୍ୱିପ୍ରହରରେ ଘର ସମ୍ମୁଖରୁ ବାଇକ ଚୋରି

ଦେଓଗାଁ,ଏନ୍ଏନ୍ଏସ୍: ତୁଷୁରା ଥାନା ଅନ୍ତର୍ଗତ ରୁଷୁଡ଼ା ପଞ୍ଚାୟତର ବର୍ଲା ଗାଁରୁ ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ବାଇକ ଚୋରି ହୋଇଥିବା ନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବର୍ଲା ଗ୍ରାମର କାର୍ତ୍ତିକ ବିଭାର ତାଙ୍କ ଘର ସମ୍ମୁଖରେ ବାଇକ ରଖି ଦେଇ ଘରକୁ ଖାଇବାକୁ ଯାଇଥିଲେ। ସେ ଖାଇ ସାରି ଘରୁ ବାହାରି ଦେଖିବା ବେଳକୁ ସେଠାରେ ବାଇକ ନଥିଲା। ଗାଡ଼ି ନଥିବା ଦେଖି ଆଖପାଖ ଗାଁରେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କ ଗାଡ଼ିର କୌଣସି ସନ୍ଧାନ ନ ପାଇବାରୁ ବାଇକ ଚୋରି ହୋଇଥିବା ନେଇ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ତୁଳସୀରାମ ଶବର ପ୍ରକାଶ କରିଛନ୍ତି।