ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଷ୍ଟମ ଥର ପାଇଁ ଭାଷଣ ଦେବେ। ଏହି ପରିପ୍ରେକ୍ଷୀରେ ଭାରତୀୟ ଅଲମ୍ପିକ ଦଳକୁ ବିଶେଷ ଅତିଥି ରୂପେ ଆମିନ୍ତ୍ରିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବସକୁ ଆମନ୍ତ୍ରିତ କରି ଆଲୋଚନା ମଧ୍ୟ କରିବେ। ଟୋକିଓ ଅଲମ୍ପିକରେ ୧୨୮ ଖେଳାଳିଙ୍କ ସହ ୨୨୮ଜଣ ଦେଶର ପ୍ରତିନିଧିତ୍ୱ କରୁଛନ୍ତି। ମୋଦୀ ଲଗାତାର ଭାବେ ଟିମକୁ ପ୍ରୋତ୍ସୋହିତ କରିବା ସହ ଅନେକ ଖେଳାଳିଙ୍କ ସହ କଥା ମଧ୍ୟ ହେଉଛନ୍ତି।
ମୋଦୀ ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ସବୁ ଖେଳାଳିଙ୍କର ପ୍ରଶଂସା କରିଛନ୍ତି। ଏହାସହ ଚଳିତ ବର୍ଷ ସର୍ବାଧିକ ଖେଳାଳିଙ୍କୁ ଅଲମ୍ପିକ୍ସ ପାଇଁ କ୍ୱାଲିଫାଇ କରାଯାଇଥିବା ଉଲ୍ଲେଖ କରିଛନ୍ତି।