ବୋଲେରୋ ଧକ୍କାରେ ବାଇକ ଆରୋହୀ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କୁରୋଡ଼ ଗ୍ରାମ ନିକଟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଏକ ବୋଲେରୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ କୁରୋଡ଼ ବାଲିପସି ସାହି ଛକ ପଟୁ ଏକ ବାଇକ ଆରୋହୀ ତିଳେଇବଣି ଅଭିମୁଖେ ବାହାରି ଥିବାବେଳେ ସମ୍ମୁଖ ପଟୁ ଆସୁଥିବା ଏକ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଆରୋହୀ ରାସ୍ତା ଉପରେ କଚାଡି ହୋଇ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି।

ଦୁର୍ଘଟଣା ପରେ ବୋଲେରୋ ଚାଳକ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଯୁବକ ତାକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣା ଗସ୍ତ ଦୁଇ ଗାଡିକୁ ମଧ୍ୟ ଜବତ କରିଥିବା ଜଣାପଡିଛି।