ଔଷଧ ବ୍ୟବସାୟୀଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ଦାବିରେ ସ୍ମାରକ ପତ୍ର ପ୍ରଦାନ

ଦେବଗଡ଼,ଏନ୍ଏନ୍ଏସ୍: ଔଷଧ ବ୍ୟବସାୟୀଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ପ୍ରଦାନ ଦାବିରେ ଆଜି ଦେବଗଡ଼ ଜିଲ୍ଲା ଔଷଧ ବ୍ୟବସାୟୀ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଓ ବିଧାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ଣରେ ସଙ୍ଘର ସଭାପତି ମୋତିଲାଲ ଶର୍ମାଙ୍କ ନେତୃତ୍ୱରେ ସମ୍ପାଦକ ସରୋଜ କୁମର ପାଢ଼ୀ, କୋଷାଧ୍ୟକ୍ଷ ସୁନୀଲ କୁମାର ଦାଶ, ସଦସ୍ୟ ପ୍ରାଣ ରଞ୍ଜନ ସାହୁ ଓ ବିଦ୍ୟାଧର ପ୍ରଧାନ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏମର୍ମରେ ଏକ ସ୍ମାରକ ପ୍ରଦାନ କରିଥିଲେ।

ପରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାର ସମସ୍ତ ଔଷଧ ବ୍ୟବସାୟୀଙ୍କୁ କୋଭିଡ ମାନ୍ୟତା ପ୍ରଦାନ ପାଇଁ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଏଥିସହ ଏହା କରାନଗଲେ ସାମୂହିକ ଭାବେ ସମସ୍ତ ଔଷଧ ଦୋକାନ ଗୁଡିକୁ ବନ୍ଦ କରାଯିବା ନେଇ ବ୍ୟବସାୟୀ ସଙ୍ଘ ପକ୍ଷରୁ ଲିଖିତ ଚେତାବନୀ ଦିଆଯାଇଥିବା ଜଣାପଡିଛି।