ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୯,୮୭୦ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୫ଲକ୍ଷ ୫୬ହଜାର ୫୦୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୬୭୩, ସୁନ୍ଦରଗଡ଼ରୁ ୭୮୯, ନୂଆପଡ଼ାରୁ ୬୫୦, କଟକରୁ ୬୪୬, ଅନୁଗୁଳରୁ ୫୯୨, ବଲାଙ୍ଗିରରୁ ୪୨୫, ଝାରସୁଗୁଡ଼ାରୁ ୩୫୭, ସମ୍ବଲପୁରରୁ ୩୫୬, ନବରଙ୍ଗପୁରରୁ ୩୫୪, ଗଞ୍ଜାମରୁ ୩୨୫, ବାଲେଶ୍ୱରରୁ ୩୧୩, ଷ୍ଟେଟପୋଲରୁ ୨୮୦ ଓ ବରଗଡ଼ରୁ ଜିଲ୍ଲାରୁ ୨୬୪ଜଣ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୨୩୩, ମୟୁରଭଞ୍ଜରୁ ୨୨୩, କଳାହାଣ୍ଡିରୁ ୨୧୫, ବୌଦ୍ଧରୁ ୨୧୪, ସୋନପୁରରୁ ୨୦୫, କେଉଁଝରରୁ ୨୦୩, କୋରାପୁଟରୁ ୧୯୨, କେନ୍ଦ୍ରାପଡ଼ାରୁ ୧୮୫, ଯାଜପୁର ଓ ନୟାଗଡ଼ରୁ ୧୮୪ ଲେଖାଏଁ, ରାୟଗଡ଼ାରୁ ୧୬୯, ଦେଓଗଡ଼ରୁ ୧୧୮, ପୁରୀରୁ ୧୧୫, ଢେଙ୍କାନାଳରୁ ୧୦୨, ଗଜପତିରୁ ୧୦୦, କନ୍ଧମାଳରୁ ୮୬, ମାଲକାନଗିରିରୁ ୬୬ ଓ ଭଦ୍ରକ ଜିଲ୍ଲାରୁ ୫୨ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯ ହୋଇଥିବାବେଳେ ୫ଲକ୍ଷ ୫୬ହଜାର ୫୦୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୪୦୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୯୬ହଜାର ୯୪୨ଜଣ ଚିକିତ୍ସିତ ହେଉଛନ୍ତି।