ବାଇକ-ହାଇୱା ମୁହାଁମୁହିଁ ଧକ୍କା: ଜଣେ ମୃତ ଓ ଜଣେ ଗୁରୁତର

ସୁବର୍ଣ୍ଣପୁର,ଏନ୍‌ଏନ୍‌ଏସ୍‌: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଜନମୁରାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉକ୍ତ ଘଟଣାରେ ଜଣେ କଲେଜ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ଆନ୍ୟଏକ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରଦ୍ୱୟ ହେଲେ ସୁବର୍ଣ୍ଣପୁର ମଡେଲ ଡିଗ୍ରୀ କଲେଜର ଆଲୋକ ଖୁରା ଓ ମନୋଜ ଥାପା । ସେଥିମଧ୍ୟରୁ ଆଲୋକ ଖୁରା ପ୍ରାଣ ହରାଇଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ମଡେଲ ଡିଗ୍ରୀ କଲେଜର ୨ ଛାତ୍ର କ୍ଲାସ ସାରି ଫେରୁଥିବାବେଳେ ଜନମୁରା ଗାଁ ଭିତରେ ଏକ ହାଇୱା ସହ ିଭିଏସ ଆପାଚି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ଆଲୋକକୁ ଡାକ୍ତର ମୃତ ଘୋଷଣା କରିଥିଲେ । ମନୋଜ ଥାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସୋନପୁର ପୁଲିସ ପହଞ୍ଚି ହାଇୱାକୁ ଅଟକ ରଖିବା ସହ ଅଧିକ ଅନୁସନ୍ଧାନ ଜାରି ରଖିଛି ।