ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ବ୍ଲକ ଧରମବନ୍ଧା ଥାନା କୋଦୋପାଳି ଗାଁର କେନ୍ଦୁପତ୍ର ତୋଳାଳୀଙ୍କୁ ଭାଲୁ ଆକ୍ରମଣ କରିବାରୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଜଣକ ହେଲେ ଯୁଗଳ ଶବର । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ଯୁଗଳ ଅନ୍ୟ କେନ୍ଦୁପତ୍ର ତୋଳାଳୀଙ୍କ ସହ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ । ହଠାତ ୩ଟି ଭାଲୁ ଆସିଯିବାରୁ ଯୁଗଳ ବରିହା ନିଜ ଜୀବନ ବଞ୍ଚାଇବା ପାଇଁ ଗୋଟିଏ ଗଛ ଉପରକୁ ଚଢ଼ି ଯାଇଥିଲେ । ଭାଲୁଟି ଗଛ ଉପରକୁ ଚଢ଼ି ଯୁଗଳଙ୍କୁ ଆକ୍ରମଣ କରିଥିଲା । ଭାଲୁ ଭୟରେ ଅନ୍ୟମାନେ ଦଉଡ଼ି ପଳାଇଥିଲେ । ଭାଲୁ ଚାଲିଯିବା ପରେ ଯୁଗଳଙ୍କୁ ଗାଁ ଲୋକମାନେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଯୁଗଳ ଓ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହଯୋଗ ଦିଆଯାଉ ବୋଲି ଗାଁଲୋକେ ଅନୁରୋଧ କରିଛନ୍ତି ।