ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ରିଆମାଳ,ଏନ୍ଏନ୍ଏସ୍: କୁଣ୍ଢେଇଗୁଳା ଥାନା କଣ୍ଟାବାହାଳ ପଞ୍ଚାୟତ ଗଜରିବଣୀ ଗ୍ରାମର ଜଣେ ଯୁବକ ଗତକାଲି ରାତିରେ ବାହାଘର କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ନିକଟସ୍ଥ ଧୀରମୁଣ୍ଡା କ୍ରସର ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗଜରିବଣୀ ଗ୍ରାମର ମନୁ ନାୟକଙ୍କ ପୁଅ ତ୍ରିନାଥ ନାୟକ (୩୦) ନିଜର ବାଇକ୍ରେ ମାମୁଁ ଘର ଖିଣ୍ଡୋ ଗ୍ରାମରୁ ବିବାହ କାର୍ଯ୍ୟରେ ଯୋଗଦେଇ ରାତି ପ୍ରାୟ ୧୨ଟାରେ ଫେରୁଥିବାବେଳେ ଧୀରମୁଣ୍ଡା କ୍ରସର ନିକଟରେ ଭାରସାମ୍ୟ ହରାଇ ଏକ ପଥରରେ ପିଟି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି