ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଝରିଗାଁ, ଏନ୍ଏନ୍ଏସ୍: ଗୁରୁବାର ଅପରାହ୍ଣରେ ଝରିଗାଁ କଲେଜ ନିକଟରେ ଜଣେ ବାଇକଚାଳକ ଗାଡ଼ିରୁ ଭାରସାମ୍ୟ ହରାଇ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଝରିଗାଁ ବ୍ଲକ୍ ଚିକିଲି ଗ୍ରାମର ସଦାନନ୍ଦ କୁଲିଙ୍କ ପୁଅ ଅମ୍ରିତ କୁଲି (୩୫) ବାଇକରେ ଚିକିଲି ଗ୍ରାମରୁ ଝରିଗାଁ ଆସିବା ସମୟରେ ଝରିଗାଁ କଲେଜ ନିକଟରେ ଏକ ବୋଲେର ଦୃତଗତିରେ ଆସିବାରୁ ଅମ୍ରିତ ଭାରସାମ୍ୟ ପଡିଯାଇଥିଲେ। ଅମ୍ରିତଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଡାକ୍ତର ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରିଥିଲେ। ଉମରକୋଟରେ ଡାକ୍ତର ଅମ୍ରିତଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।