ଜିଲ୍ଲାରୁ ୯ ନୂଆ କରୋନା ପଜିଟିଭ ଚିହ୍ନଟ

ବାରିପଦା,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୨୧୪ କରୋନା ପଜିଟିଭ କେଶ ରହିଥିବାବେଳେ ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣ ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୩୮୧ରେ ପହଁଞ୍ଚିଛି। ସେହିପରି ମାର୍ଚ୍ଚ ୨୪ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୨୧୦ ସୁସ୍ଥ ହୋଇ ଫେରିଥିବାବେଳେ ୭୯ ଜଣ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟପକ୍ଷରେ ମୋଟ୍ ୯୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।