ଭୁଜାଲି ଦେଖାଇ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଲୁଟିନେଲେ ୮ ହଜାର

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରୁ ଜଣେ ଟ୍ରକ୍ ଡାଇଭରଙ୍କ ଠାରୁ ୮ହଜାର ଟଙ୍କା ଲୁଟି ନେଇଛନ୍ତି ୪ ଦୁର୍ବୃତ୍ତ। ସୂଚନା ଅନୁସାରେ, ଟ୍ରକ୍ ଟି ସିମେଣ୍ଟ ଖାଲି କରି ଜଶିପୁରପଟୁ କେନ୍ଦୁଝର ଆଡ଼କୁ ଯାଉଥିବାବେଳେ ଗୁରୁବାର ଅପରାହ୍ଣରେ ବୈତରଣୀ ପୋଲ ଉପରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଟ୍ରକକୁ ଅଟକାଇବା ପରେ ଭୁଜାଲି ଦେଖାଇ ଡ୍ରାଇଭରଙ୍କୁ ଭୟଭୀତ କରାଇବା ସହ ୮ ହଜାର ଟଙ୍କା ଲୁଟିନେଇ ଥିଲେ। ଏନେଇ ଡ୍ରାଇଭର ଜଣଙ୍କ ତୁରୁମୁଙ୍ଗା ପୁଲିସର ଦ୍ୱାରସ୍ଥ ହେବାପରେ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ କରିଛି। ତଦନ୍ତ ପରେ ଉକ୍ତ ଜାଗା ମୟୁରଭଞ୍ଜ ସୀମାରେ ହୋଇଥିବାରୁ ଚଢ଼େଇଭୋଳ ଫାଣ୍ଡିକୁ ତୁରୁମୁଙ୍ଗା ପୁଲିସ ମାମଲା ହସ୍ତାନ୍ତର କରିଛି।