ବାଇକ୍ ଧକ୍କାରେ ମହିଳା ମୃତ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ପଞ୍ଚାୟତ କୁଦାବେଡା ଦାମାହୁଦା ରାସ୍ତାର କୁଦାବେଡ଼ା ଜଙ୍ଗଲ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ବାଇକ୍ ଧକ୍କାରେ ଜଣେ ବିଧବା ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ପାର୍ବତୀ ପାତ୍ର।
ସୂଚନା ଅନୁଯାୟୀ, ପାର୍ବତୀ ମଙ୍ଗଳବାର ସନ୍ଧ୍ୟାରେ ଚାଲି ଚାଲି ଘରକୁ ଯାଉଥିବା ବେଳେ ଜଣେ ବାଇକ ଚାଳକ ପଛରୁ ତାଙ୍କୁ ଧକ୍କାଦେବା ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପୁଲିସ ବାଇକ ଜବତ କରିଥିବାବେଳେ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି।