ଖୁସି ଖବର : ରାଜ୍ୟରେ ପୁଣି ସୁସ୍ଥହେଲେ ୨୩୦କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୭୦୦୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡରୁ ୩୧ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୩୦, ବଲାଙ୍ଗିରିରୁ ୧୭, ଖୋର୍ଦ୍ଧାରୁ ୧୭, ମୟୁରଭଞ୍ଜରୁ ୧୪, ବାଲେଶ୍ୱରରୁ ୧୩, ସମ୍ବଲପୁରରୁ ୧୩, କଟକରୁ ୧୨, ଯାଜପୁରରୁ ୧୨, କେନ୍ଦ୍ରାପଡାରୁ ୧୨, ନୂଆପଡାରୁ ୧୦, ଝାରସୁଗୁଡାରୁ ୯, ବରଗଡରୁ ୭, କେନ୍ଦୁଝରରୁ ୬, ଦେବଗଡରୁ ୪, ଗଞ୍ଜାମରୁ ୩, କଳାହାଣ୍ଡିରୁ ୨, ଭଦ୍ରକରୁ ୧, ନୟାଗଡରୁ ୧, ରାୟଗଡାରୁ ୧, ଷ୍ଟେଟପୁଲରୁ ୮ଜଣ ସୁସ୍ଥ ହୋଇଛନ୍ତି।