ଜଳିଗଲା ଧାନ ଓ ମକା

ନବରଙ୍ଗପୁର, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମରେ ୩ଟିି ଧାନ ଗଦାରେ ନିଆଁ ଲାଗିବା ଫଳରେ ଧାନ ଓ ମକା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, କାମତା ଗ୍ରାମର କିଶୋର ସୁନା ଓ ସଦା ଛାତି ନିଜ ଘର ପାଖରେ ଥିବା ଖଳାରେ ଧାନ ଓ ମକା ରଖିଥିଲେ। ଆଜି ଦିନ ଅପରାହ୍ଣରେ ହଠାତ୍ କିଶୋର ସୁନାଙ୍କ ଧାନ ଗଦାରେ ନିଆଁ ଲାଗି ଯାଇଥିଲା। ଫଳରେ ପାଖରେ ରଖାଯାଇଥିବା ସଦା ଛାତିଙ୍କ ୧୦ବସ୍ତା ମକା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଦୁଇ ଗରିବ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।