ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ନିକଟ କମାରମରା ନିକଟରେ ଆଜି ସନ୍ଧ୍ୟାରେ ବାଇକ ଓ ଲୁନା ମୁହାଁମୁହିଁ ଧକା ହେବା ଫଳରେ ଲୁନା ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଇକରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ବେଲସରେଇ ଗ୍ରାମର ରାଜୁ ମୁଣ୍ଡା ଓ ବାଇକ ରେ ଥିବା ଦୁଇ ଜଣ ଗୁରୁତର ହେଲେ ଖଡିକାପଦା ଗ୍ରାମର ରାସ ମୁଣ୍ଡା ଓ ଦେବ ମୁଣ୍ଡା। ଉଭୟ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।