ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ତିଳତ୍ତର୍ପଣ ଓ ସଫେଇ କାର୍ଯ୍ୟକ୍ରମ

ଦେବଗଡ଼,ଏନ୍ଏନ୍ଏସ୍: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ମହାନ ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ତିରୋଧାନ ଦିବସ ଅବସରରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏହି ଅବସରରେ ଆଜି ସକାଳୁ ସ୍ଥାନୀୟ ପ୍ରଧାନପାଟ ଠାରେ ସାମୁହିକ ତିଳତର୍ପଣ କରିବା ସହ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ସ୍ଥାନୀୟ ଶିଶୁ ଉଦ୍ୟାନ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ ମାଲ୍ୟ ଅର୍ପଣ ସହ ବିଜୁ ବାବୁଙ୍କ ସ୍ମୁତି ଚାରଣ କରାଯଇଥିଲା।

ଏହି ଅବସରରେ ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ କାମାକ୍ଷା ପ୍ରସାଦ ଗଙ୍ଗଦେବଙ୍କ ପରିଚାଳନାରେ ଆୟୋଜିତ ଆୟୋଜିତ ସଭାରେ ବିଜୁ ବାବୁଙ୍କୁ ଆଧୁନିକ ଓଡିଶା ଗଠନ ରେ ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ସେହିପରି ଦେବଗଡ଼ ଜିଲ୍ଲା ଗଠନରେ ବିଜୁ ବାବୁଙ୍କ ଅବଦାନ ଓ ଭଲ ପାଇବା ନେଇ ଉପସ୍ଥିତ କର୍ମୀ ମାନେ ସ୍ମୁତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲା ବିଜେଡି ଉପ ସଭାପତି ଦେବେନ୍ଦ୍ର ବେହେରା, ଦେବଗଡ଼ ପୌରପରିଷଦ ଅଧକ୍ଷା ଶାନ୍ତି ମଞ୍ଜରୀ ଦେଇ, ନଗର ବିଜେଡି ନଗର ସଭାପତି ଶୁକଦେବ ଭଞ୍ଜବ, ସମ୍ବଲପୁର ସମବାୟ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବ, ଜିଲ୍ଲା ବିଜେଡି କୃଷକ ମୋର୍ଚା ସଭାପତି ଇଂ ଚିତ୍ତ ରଞ୍ଜନ ପ୍ରଧାନ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଂ ସୁଜିତ କୁମାର ପ୍ରଧାନ ଓ ଯୁବ ନେତା ରାଜକିଶୋର ଦାସଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଓ ପୌରପରିଷଦ କାଉନଶୀଲର ବୃନ୍ଦଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ।