ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ନବୀନ ଛକରେ ଥିବା ଭାରତ ଫାଇନାନ୍ସ ଲିମିଟେଡ଼ ସଇଁନ୍ତଲା ଶାଖାରୁ ୨୧ ଲକ୍ଷ ୧୪ ହଜାର ୮ ଶହ ୭ ଟଙ୍କା ଆତ୍ମସାତ ହୋଇଥିବା ନେଇ ଭାରତ ଫାଇନାନ୍ସ ୟୁନିଟ ମ୍ୟାନେଜର ଧମେନ୍ଦ୍ର ବେହେରା ସଇଁତଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଇଁନ୍ତଲା ଶାଖାର ବିଏମ୍ ତଥା ପୁଇଁତଲା ଥାନା ଗଇଁନ୍ତଲା ଗ୍ରାମର ନିତେଶ ନାଗ(୩୬) ଓ କ୍ୟାସିଅର ପାଟଣାଗଡ଼ ଥାନା ଯୁଗୀମୁଣ୍ଡା ଗାଁର ନରହରି ଥନାପତି (୨୪) ବୋଲି ଜଣାପଡିଛି। ଏ ସମ୍ପର୍କରେ ସଇଁନ୍ତଲା ଥାନାରେ ୯୪ /୨୨ରେ ଏକ ମାମଲା ରୁଜୁ କରି ଦଫା ୪୦୬, ୪୦୮, ୪୦୯, ୪୨୦, ୫୦୬, ୩୪ ଆଇପିସିରେ ସଇଁନ୍ତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱବଧାନରେ ଏସ୍ଆଇ ପି କେ ନାୟକ ତଦନ୍ତ କରି ଉଭୟ ୨ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଯାଇଛି।
ଅଭିଯୋଗ ଅନୁସାରେ ଗତ ମାର୍ଚ୍ଚ ୧୩ ତାରିଖ ଦିନ ବିଏମ୍ ନୀତେଶ ନାଗ ସନ୍ଧ୍ୟା ୮ ଘଣ୍ଟା ସମୟରେ ମେଡିକାଲ କାର୍ଯ୍ୟ ଦର୍ଶାଇ ଛୁଟି ନେଇଥିଲେ। ଏହାପରେ ଛୁଟି ନେବା ପରେ ଆଉ ଅଫିସକୁ ନଆସିବାରୁ କ୍ୟାସିୟର ନରହରି ଥନାପତି ୟୁନିଟ ମ୍ୟାନେଜର ଟିଟିଲାଗଡ଼ ଧମେନ୍ଦ୍ର ବେହେରା ଛୁଟିରେ ଯାଇଥିଲେ। ପରେ ସେ ଆଉ ଅଫିସକୁ ନ ଆସିବା କଥା ଜାଣିବା ପରେ ୟୁନିଟ ମେନେଜର ବିଏମ୍ ଶ୍ରୀ ନାଗଙ୍କୁ ଫୋନ କରିଥିଲେ। ହେଲେ ସେ ମୋବାଇଲ ସୁଇଚ୍ ଅଫ୍ କରିଦେଇଥିଲେ।
ଘାଟଣା ସମ୍ପର୍କରେ ଭୁବାନୀପାଟଣା ରିଜୁନାଲ ଅଫିସକୁ ଜଣାଇଥିଲେ। ଏହାପରେ ୩ ଜଣିଆ ଟିମ୍ ଆସି ଲକର ଯାଞ୍ଚ କରିଥିଲେ। ଏହାପରେ ଲକରରୁ ୨ ଲକ୍ଷ ୪୦ ହଜାର ୮ ଶହ ୮୩ ଟଙ୍କା ଗାଏବ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇବା ପରେ ଏକ ଅଡ଼ିଟ ଟିମ୍ ପହଞ୍ଚି ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିବା ସହ ମହିଳା ଏସ୍ଏଚ୍ଜି ଗୋଷ୍ଠୀମାନଙ୍କୁ ରଣ ଦେବା ବାବଦରେ ତଦନ୍ତ ଆରମ୍ଭ କରିଥିଲେ।
ଏଥିରେ ଜାଣିବାକୁ ପାଇଥିଲେ ଯେ, ମହିଳା ଗୋଷ୍ଠୀର ୮୦ ଜଣ ସଦସ୍ୟଙ୍କୁ ରଣ ଦେଇ ତାଙ୍କ ଠାରୁ ୧୮ ଲକ୍ଷ ୭୩ ହଜାର ୯ ଶହ ୨୪ ଟଙ୍କା ନିଜ ଆକାଉଣ୍ଟରେ ଜମା କରି ଟଙ୍କା ଆତ୍ମସାତ କରିଥିବା ଅଡ଼ିଟରୁ ଜାଣିବାକୁ ପାଇଥିଲେ। ଏହାପରେ ଗତ ୧୪ ତାରିଖରେ ୟୁନିଟ ମେନେଜର ଥାନାରେ ଅଭିଯୋଗ ପରେ ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚଲାଣ କରିଛି।