ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ

ଜଗତସିଂହପୁର,ଏନ୍ଏନ୍ଏସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜୟ ଶଙ୍କର ଦାସ ୮୮ହଜାର ୩ଶହ ୧୦ଖଣ୍ଡ ଭୋଟପାଇ ବିଜୟୀ ହୋଇଛନ୍ତି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ମୋଟ ୨ଲକ୍ଷ ୩୯ହଜାର ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୬୫ହଜାର ୧ଶହ ୫୮ଜଣ ନିଜର ମତଦାନ କରିଥିଲେ । ଏହି ଆସନ ପାଇଁ ମୋଟ ୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ।

ବିଜେଡି ପକ୍ଷରୁ ବିଜୟ ଶଙ୍କର ଦାସ ୮୮ହଜାର ୩ଶହ୧୦ଖଣ୍ଡ ଭୋଟ ପାଇଛନ୍ତି, ସେହିପରି ବିଜେପିର ରାଜକିଶୋର ବେହେରା ୪୬ହଜାର ୬ଶହ ୭ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହିମାଂଶୁଭୂଷଣ ମଲ୍ଲିକ ୨୮ହଜାର୭ଶହ୭୮ଖଣ୍ଡ ଭୋଟ ପାଇଛନ୍ତି।  ସେହିଭଳି ସିପିଆଇର ବିଜୟ କୁମାର ଭୋଇଙ୍କୁ ୧୧୦୯ଖଣ୍ଡ ଭୋଟ , ସ୍ୱାଧୀନପ୍ରାର୍ଥୀ ୫ଜଣଙ୍କ ମଧ୍ୟରେ ଅର୍ଜୁନ ଚରଣ ବେହେରାଙ୍କୁ ୫୨୯ଖଣ୍ଡ ଭୋଟ, ଗୋଲାପ ମଞ୍ଜରୀ ଭୋଇଙ୍କୁ ୧୮୩ଖଣ୍ଡ ଭୋଟ, ରବୀନ୍ଦ୍ର ନାଥ ସେଠୀଙ୍କୁ ୧୯୫ଖଣ୍ଡ ଭୋଟ, ରମେଶଚନ୍ଦ୍ର ମଲ୍ଲିକଙ୍କୁ ୨୧୦ଖଣ୍ଡ ଭୋଟ, ସଚିତ୍ର ମଲ୍ଲିକଙ୍କ ୨୧୪ଖଣ୍ଡ ଭୋଟ ମିଳିଥିବା ବେଳେ ଭୋଟରମାନେ ସେମାନଙ୍କର କୌଣସି ପ୍ରାର୍ଥୀ ପସନ୍ଦ ନଥିବାରୁ ୭୮୬ଖଣ୍ଡ ଭୋଟ ନୋଟାରେ ଦେଇଥିବା ସୂଚନା ମିଳିଛି।