ଇଭିଏମରେ ଜାଲିଆତି ନେଇ ଆରଜେଡି ଓ କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ,ଏଜେନ୍ସି: ବିହାର ବିଧାନସଭା ନିର୍ବାଚନର ଭୋଟଗଣତି ଜାରି ରହିବା ପରିପ୍ରେକ୍ଷୀରେ ବିରୋଧୀ ଦଳ ଆରଜେଡି ଓ କଂଗ୍ରେସ ପକ୍ଷରୁ ଇଭିଏମ୍ରେ ଭୋଟ ଜାଲିଆତି କରାଯାଇଥିବା ଅଭିଯୋଗ କରୁଛନ୍ତି। ଆରଜେଡି ପକ୍ଷରୁ ଏକ ଭିଡିଓ ଟ୍ୱିଟ୍ କରି ଆରାରେ ବିନା ଅନୁମତିରେ ଇଭିଏମ୍ ଓ ପୋଷ୍ଟାଲ ବାଲାଟଗୁଡିକୁ ଗାଡିରେ ଅଣାଯାଇ ଷ୍ଟ୍ରଙ୍ଗରୁମରେ ରଖାଯାଇଥିବା ଅଭିଯୋଗ କରାଯାଇଛି। କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଏହି ଭିଡିଓକୁ ରିଟ୍ୱିଟ୍ କରିଛନ୍ତି। ସେ ଏଥିନେଇ ସମସ୍ତଙ୍କୁ ସଚେତନ କରିଦେଇଛନ୍ତିି। ଉଲ୍ଲେଖଯୋଗ୍ୟ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲଭ୍ ସିହ୍ନା ବାଙ୍କିପୁର ଆସନରୁ ନିର୍ବାଚନ ଲଢୁଥିଲେ। ତେବେ ନିର୍ବାଚନ କମିଶନ ପକ୍ଷରୁ ଏ ପ୍ରକାର ଅଭିଯୋଗକୁ ଖଣ୍ଡନ କରାଯାଇଛି। ଇଭିଏମ୍ରେ କୌଣସି ପ୍ରକାର ଜାଲିଆତି ହୋଇନାହିଁ ବୋଲି କମିଶନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି।