ସଇଁତଳା ପୁଲିସକୁ ବଡ ସଫଳତା, ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ଡି ଅଧିନସ୍ଥ ଧରବଗଡ ଗାଁର ଲାଲୁ ଦାଣ୍ଡିଆଙ୍କ ପଞ୍ଚାୟତ ଛକ ଠାରେ ଏକ ସାଇକଲ ଦୋକାନ ରହିଥିଲା କିନ୍ତୁ ଗତ ୬ ତାରିଖ ବିଲମ୍ବିତ ରାତିରେ ଅନ୍ଧାର ଓ ନିଛାଟିଆ ଦେଖି କିଛି ଦୁର୍ବୃତ ଲକ୍ଷାଧିକ ଟଙ୍କାର ସାଇକେଲ ତଥା ସାଇକେଲ ସାମଗ୍ରୀ ଚୋରି କରି ଫେରାର ମାରି ସଫଳତା ହାସଲ କରିଥିଲେ। ଏନେଇ ବଡ଼ମାଳ ଫାଣ୍ଡିରେ ଦୋକାନୀ ଲାଲୁ ଦାଣ୍ଡିଆ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଟିଟିଲାଗ଼ଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଓ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ଓ ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଘଟଣାସ୍ଥଳକୁ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ। ପରେ ଅଭିଯୋଗକୁ ଭିତ୍ତିକରି ବଲାଙ୍ଗିର ଏସପି ନୀତିନ କୁସଲକର, ଟିଟିଲାଗଡ ଏସ୍‌ଡିପିଓ, ସଇଁତଳା ଥାନା ଅଧିକାରୀ, ବଡ଼ମାଳ ଫାଣ୍ଡି ଅଧିକାରୀ ଓ କିଛି ପୁଲିସକୁ ନେଇ ଏକ ସ୍ଵନ୍ତ୍ରତ ଟିମ୍‌ ଗଠନ କରିଥିଲେ।

ଏବଂ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ବ୍ୟକ୍ତିକୁ ୨୪ ଘଣ୍ଟା ଭିତରେ ପୁଲିସ ଧରିବାରେ ସଫଳତା ହାସଲ କରିଛି। ଅଭିଯୁକ୍ତନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଧରବଗଡ ଗାଁର ବାଞ୍ଚନିଧି ବଗର୍ତ୍ତି (୩୩), ମନବୋଧ ସେଲମା(୪୧), ଟିଟଲାଗଡ ସ୍ଵାଧୀନ ପଡାର ଉଗ୍ରସେନ କତାଙ୍କ ପୁଅ ସମାରୁ କତା(୩୦) ଓ ଟିଟିଲାଗଡ ଥାନା ଅଧୀନସ୍ଥ ରେଙ୍ଗାଲବହାଲ (ରିଗଡୁଲ) ଗାଁର ପରମାନନ୍ଦ ପୋଡ (୨୬)କୁ ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୁଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସଇଁନ୍ତଲା ଥାନା ଅଧିକାରୀ ଅବନୀ ସାହୁ ସମେତ ସଇଁନ୍ତଲା ପୁଲିସ ଉପସ୍ଥିତ ଥିଲେ।

ସେମାନଙ୍କ ଠାରୁ ଏକ ବୋଲେରୋ ପିକ୍‌ଅପ୍‌ ଭେନ (ଓଆର୍‌-୨୬-୫୪୯୪), ଏକ କଟର ମେସିନ, ୪ଟି ସାଇକେଲ ଓ ୧ ଲକ୍ଷ ୪୦ ହଜାର ଟଙ୍କାର ସାଇକେଲ ସାମଗ୍ରୀ ଜବତ ହୋଇଥିଲେ। କେସ୍‌ ନମ୍ବର ୨୭୮ରେ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପରେ ସଇଁତଳା ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁ ସାଇକେଲ ଦୋକାନୀ ମାଲିକର ପୁଅ ଟୁନା ଦାଣ୍ଡିଆକୁ ଚୋରି ହୋଇଥିବା ସାମଗ୍ରୀ ସବୁକୁ ହସ୍ତାନ୍ତର କରିଥିଲେ। ପ୍ରକାଶଥାଉ କି, ଥାନା ଅଧିକାରୀ ଶ୍ରୀଯୁକ୍ତ ସାହୁ ଯୋଗଦେବା ପରେ ଅଞ୍ଚଳରେ ଡ଼କାୟତି କମିବାରେ ଲାଗିଛି। ଏନେଇ ଅଞ୍ଚଳବାସୀ ସଇଁନ୍ତଲା ପୁଲିସକୁ ପ୍ରଶଂସା ମଧ୍ୟ କରୁଛନ୍ତି।